Categories: ବାଣିଜ୍ୟ

ଲାଲ୍‌ଚାନ୍ଦ୍‌ର ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ଅଫର ଘୋଷଣା, ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୭।୩: ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ’ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ସୁନା, ରୁପା ଏବଂ ହୀରା ଅଳଙ୍କାରର ସ୍ବତନ୍ତ୍ର ସଂଗ୍ରହକୁ ଗ୍ରାହକମାନେ କ୍ରୟ କରିପାରିବେ। ବିଶେଷକରି ଚଳିତ ବର୍ଷର ବିବାହ ଋତୁକୁ ନଜରରେ ରଖି ଲାଲ୍‌ଚାନ୍ଦ୍‌ର ସମସ୍ତ ଟ୍ରେଣ୍ଡି ଏବଂ ଏକ୍ସକ୍ଲୁସିଭ୍‌ ଡିଜାଇନ ଗହଣା ଉପରେ ଅନେକ ଆକର୍ଷଣୀୟ ଅଫର ରଖାଯାଇଛି। ସେହିଭଳି ଏହି ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’ ଅଫରରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ାମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୯୯ ଟଙ୍କା ଏବଂ ହୀରା ମୂଲ୍ୟର ପ୍ରତି କ୍ୟାରେଟ୍‌ ଉପରେ ଫ୍ଲାଟ୍‌ ୨୭,୫୦୦ଟଙ୍କାର ରିହାତି ପ୍ରଦାନ କରାଯାଉଛି। ଏହା ସହ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ହାତଘଣ୍ଟା ବ୍ରାଣ୍ଡଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଓ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ସହ ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ଲାଲ୍‌ଚାନ୍ଦ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଲାଲ୍‌ଚାନ୍ଦ୍‌ର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ କହିଛନ୍ତି, ଗ୍ରାହକମାନଙ୍କ ପସନ୍ଦ ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଏହି ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’ ଅଫରର ଘୋଷଣା କରାଯାଇଛି। ଏପରିକି ଏହି ସୀମିତ ସମୟ ଅଫର ମାଧ୍ୟମରେ ସର୍ବୋତ୍କୃଷ୍ଟ ସଂଗ୍ରହର ଲାଭ ଉଠାଇବା ସୁଯୋଗ ଦିଆଯାଉଛି। ସେହିଭଳି ଲାଲ୍‌ଚାନ୍ଦ୍‌ର ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାର ଗଢ଼ାମୂଲ୍ୟ ସର୍ବନିମ୍ନ ରଖାଯାଇଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

ଓଡ଼ିଶା ଅଳଙ୍କାର ଶିଳ୍ପ ବଜାରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତକୁ ଗୁରୁତ୍ୱ ଦେଇଆସୁଛି। ଗ୍ରାହକମାନେ ଠକାମିର ଶିକାର ନ ହେବା ପାଇଁ ଲାଲ୍‌ଚାନ୍ଦ୍‌ ପ୍ରାରମ୍ଭରୁ ଆଜିଯାଏଁ ମିଡିଆ ସଚେତନତା ଅଭିଯାନ ଚଳାଇ ଆସୁଛି। ଏପରିକି ସୁନାର ଗୁଣବତ୍ତା ସହ ‘ଅପ୍‌ ଟୁ’ ସ୍କାମ୍‌, ସର୍ତ୍ତମୂଳକ କିମ୍ବା ବିଭ୍ରାନ୍ତିକର ଅଫରରୁ ଦୂରେଇ ରହିବା ଏବଂ ଅଳଙ୍କାର କ୍ରୟ ସମୟରେ ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ପାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇଆସୁଛି। କେବଳ ସେତିକି ନୁହେଁ, କେବଳ ଗ୍ରାହକଙ୍କ ସୁବିଧା ପାଇଁ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଥିବା ଶୋ’ରୁମ୍‌ର ପଛ ପାର୍ଶ୍ୱସ୍ଥ ନୂତନ ଦ୍ୱାରରେ ପର୍ଯ୍ୟାପ୍ତ ପାର୍କିଂର ସୁବ୍ୟବସ୍ଥା ସହ ସମ୍ମୁଖ ଦ୍ୱାର ନିକଟରେ ଭାଲେ ପାର୍କିଂର ବ୍ୟବସ୍ଥା ରହିଛି।

Share