ଲାଲଚାନ୍ଦ୍‌ର ‘ଗ୍ରେଟ୍‌ ଅକ୍ଷୟତୃତୀୟା ଅଫର

ଭୁବନେଶ୍ୱର,୧୬।୪: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଗ୍ରେଟ୍‌ ଅକ୍ଷୟ ତୃତୀୟା ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତିଷ୍ଠାନର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ପାଇଁ ଗଢ଼ା ମଜୁରି ଉପରେ ବିଶେଷ ଅଫର ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ସୁନା ଗହଣା କ୍ରୟ ଉପରେ ଗ୍ରାମ୍‌ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୬୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହିତ ୨୫,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୨୦୦ ମିଲିଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଗ୍ରାହକମାନେ ମାଗଣା ପାଇପାରିବେ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୫୦,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୫୦୦ ମିଲିଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଏବଂ ୧ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା ଉପରେ ୨ଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଗ୍ରାହକମାନେ ମାଗଣାରେ ପାଇପାଇବେ। ସେହିଭଳି ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦%ର ରିହାତି ରହିଛି। ଏହା ସହ ଲାଲଚାନ୍ଦ୍‌ ସିଲେକ୍ଟ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ୨୦% ପର୍ଯ୍ୟନ୍ତ ଏବଂ ବ୍ରାଣ୍ଡେଡ୍‌ ଗିଫ୍ଟ ଆଇଟମ୍‌ ଉପରେ ୧୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଷ୍ଟୋରର ପ୍ରଥମ ବାର୍ଷିକୀ ଉପଲକ୍ଷେ ମଧ୍ୟ ଆକର୍ଷଣୀୟ ‘ଡବଲ ଧମାକା ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକ ସର୍ବନିମ୍ନ ୨୦,୦୦୦ ଟଙ୍କା ମୂଲ୍ୟର ଗହଣା କିଣି ଇଲେକ୍ଟ୍ରିକ୍‌ ସ୍କୁଟର ଜିତିବାର ସୁବର୍ଣ୍ଣ ସୁଯୋଗ ପାଇପାରିବେ। ଏପରିକି ଲକି ଡ୍ର’ ମାଧ୍ୟମରେ ୩ ଜଣ ଭାଗ୍ୟଶାଳୀ ବିଜେତା ଉକ୍ତ ଅଫରର ଲାଭ ଉଠାଇପାରିବେ। ଏହା ସହିତ କନ୍ୟା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଲାଲଚାନ୍ଦ୍‌ ବ୍ରହ୍ମପୁର ପକ୍ଷରୁ ‘ଗୁଡ୍‌ ଲକ୍‌ ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଝିଅର ମାଟ୍ରିକ୍‌ ଆଡ୍‌ମିଟ୍‌ କାର୍ଡ ଦେଖାଇ ଅଭିଭାବକମାନେ ଗହଣା କିଣାକିଣି ଉପରେ ‘ଗୁଡ୍‌ ଲକ୍‌ କଏନ୍‌’ ମାଗଣା ପାଇପାରିବେ। ଏହା ସହ ସ୍ବତନ୍ତ୍ର ଆନିଭର୍ସାରି ଅଫର ଜରିଆରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ନିଶ୍ଚିତ ଉପହାର ମଧ୍ୟ ପାଇପାରିବେ। ଏହି ସମସ୍ତ ଅଫର ୨୦୨୩ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୈଧ ରହିଛି। ସେହିପରି ଲାଲଚାନ୍ଦ୍‌ ଜୁଏଲର୍ସରେ ଶତ ପ୍ରତିଶତ ଏଚ୍‌ୟୁଆଇଡି (ହଲ୍‌ମାର୍କଯୁକ୍ତ ଏକକ ପରିଚୟପତ୍ର) ଉତ୍ପାଦ ସହ ନିୟମ ଅନୁ ପାଳନ କରିଥାଏ।

Share