Categories: ବାଣିଜ୍ୟ

ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ

ଭୁବନେଶ୍ୱର,୧।୧୧: ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି ଲକି ଡ୍ରର ତୃତୀୟ ଦିିନରେ କଟକ ଷ୍ଟୋର୍‌ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ କଟକ କ୍ଲବ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେତା ଭାବେ ଜଣେ କାର୍‌, ଦୁଇ ଜଣ ବାଇକ୍‌ ଜିତିଥିବା ବେଳେ ୮ ଜଣ ଲକ୍ଷପତି ହୋଇଛନ୍ତି। ରବିବାର କଟକ ଷ୍ଟୋର୍‌ର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଲଚାନ୍ଦର ଫାଉଣ୍ଡର୍‌ ଚେୟାରମ୍ୟାନ୍‌ ସଞ୍ଜୟ ହଂସ, ଅଭିନେତା କୁନା ତ୍ରିପାଠୀ, ଆକାଶ ଦାସନାୟକ ଓ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ରହି ବିଜେତାଙ୍କୁ ସମ୍ମାନିତ କରିଥିଲେ। ଏହି ଲକି ଡ୍ର ଉତ୍ସବରେ କଟକର ଅଚ୍ୟୁତାନନ୍ଦ ଆଚାର୍ଯ୍ୟ କାର୍‌ ଜିତିଥିଲାବେଳେ କଟକର ସଞ୍ଜୟ ରଥ ଓ ବି.ସି. ଜେନା ଗୋଟିଏ ଗୋଟିଏ ବାଇକ୍‌ ଜିତିଛନ୍ତି। ଏହାସହ ଅନୁଗେଳର ସିଦ୍ଧି ସୌଜନ୍ୟ ସାହୁ, ଯାଜପୁରର ଜ୍ଞାନରଞ୍ଜନ ସାହୁ, କଟକର ପବିତ୍ର ମୋହନ ମହାନ୍ତି, ସେଖ୍‌ ମେହବୁବ ଅଲ୍ଲି, ସିମରନ ସ୍ବାଇଁ, କେନ୍ଦୁଝରର ଶୁଭଲକ୍ଷ୍ମୀ ଓ ଜଗତସିଂହପୁରର ଦିଲୀପ କୁମାର ସାହୁ ଲକ୍ଷପତି ହୋଇଛନ୍ତି।

Share