ଅଲଗା ହେଲେ ସୁସ୍ମିତା-ଲଳିତ!

ମୁମ୍ବାଇ: ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ନାୟିକା ସୁସ୍ମିତା ସେନ ଓ ଲଳିତ ମୋଦି । ଦୁଇ ମାସ ପୂର୍ବେ ଏମାନେ ରିଲେସନଶିପରେ ଥିବା ବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହାପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା । ସେ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ଲଳିତ ସ୍ୱୀକାର କରିବା ସହ ସେସିଆଲ ମିଡିଆରେ ଉଭୟଙ୍କର କିଛି ରୋମାଣ୍ଟିକ ଫଟୋ ବି ଶେୟାର କରିଥିଲେ । ଆଉ ସେସବୁ ଫଟୋ ଆଜି ପର୍ଯ୍ୟନ୍ତ ବି ଚର୍ଚ୍ଚାରେ ରହିଛି । ତା’ ମଧ୍ୟରେ ଏମିତିବି କିଛି ଫଟୋ ଥିଲା ଯେଉଁଥିରେ ଉଭୟ ଖୁବ୍ ନିକଟତର ହେବା ସହ ପରସ୍ପରପ୍ରତି ଥିବା ଭଲପାଇବା ବି ଦେଖିବାକୁ ମିଳିଥିଲା । ଏସବୁ ପରେ ଏବେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇ ଯାଇଥିବା ଖବର ଆସୁଛି । ଆଉ ଏହା ପ୍ରଥମେ ଜଣାପଡିଛି ଲଳିତ ମୋଦିଙ୍କ ଟୁଇଟର ଆକାଉଣ୍ଟ ଜରିଆରେ । ଲଳିତ ମୋଦି ତାଙ୍କ ଟୁଇଟର ଆକାଉଣ୍ଟରେ ବଡ ପରିବର୍ତ୍ତନ କରିଛନ୍ତି । ଆଉ ଏଥିରୁ ଜଣାପଡିଛି ସସ୍ମିତା-ଲଳିତ ଅଲଗା ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଲଳିତ ମୋଦି ତାଙ୍କ ଇନଷ୍ଟାଗ୍ରାମରେ ସୁସ୍ମିତାଙ୍କ ସହ ତାଙ୍କର କିଛି ଫଟୋ ଶେୟାର କରିଥିଲେ । ଏହାସହ ଉଭୟ ରିଲେସନଶିପରେ ଥିବା ବି କହିଥିଲେ । ଏହାସହ ସୁସ୍ମିତାଙ୍କ ପାଇଁ ଏକ ଲମ୍ବା ଚଉଡା ପୋଷ୍ଟ ବାୟୋରେ ଲେଖିଥିଲେ ଲଳିତ ମୋଦି । ହେଲେ ଏବେ ଲଳିତ ମୋଦି ଏଥିରେ ବଡ ପରିବର୍ତ୍ତନ କରିଛନ୍ତି । ଲଳିତ ଏବେ ଇନଷ୍ଟାଗ୍ରାମରେ ବାୟୋ’ର ଫଟୋ ବଦଳାଇ ଦେଇଛନ୍ତି । ଏହାସହ ବାୟୋରେ ସେ ସୁସ୍କିତା ସେନଙ୍କ ନାଁରେ ଯେଉଁ ପୋଷ୍ଟ ଲେଖିଥିଲେ ତାକୁ ହଟାଇ ଦେଇଛନ୍ତି । ଏସବୁ ଦେଖିବା ପରେ ଏବେ ଉଭୟଙ୍କ ବ୍ରେକଅପ ଷ୍ଟୋରିକୁ ନେଇ ଚର୍ଚ୍ଚା ହେଲାଣି । ତେବେ ଲଳିତ ମୋଦିଙ୍କ ସୁସ୍ମିତାଙ୍କ ସହ ଥିବା ରିଲେସନଶିପକୁ ସ୍ୱୀକାର କରିବା ସମୟରେ କହିଥିଲେ ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରୁଛି । ଏହାକୁ ନେଇ ସେ ଆକ୍ଟ୍ରେସଙ୍କୁ ପାର୍ଟନର ଇନ୍ କ୍ରାଇମ ବୋଲି କହିଥିଲା । ଏବେ ଅନୁମାନ କରାଯାଉଛି କି ଉଭୟଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିଛି । ପୂର୍ବରୁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଏଇଥିପାଇଁ ହୋଇଥିଲା କି ସୁସ୍ମିତା ଲଳିତ ମୋଦିଙ୍କଠାରୁ ୧୨ ବର୍ଷ ସାନ ।

Share