ଲଳିତ ମୋଦି ଗୁରୁତର; ଆରୋଗ୍ୟ କାମନା କଲେ ସୁସ୍ମିତାଙ୍କ ଭାଇ

ନୂଆଦିଲ୍ଲୀ,୧୪।୧: ପୁଣିଥରେ ଚର୍ଚ୍ଚାରେ ପୂର୍ବତନ ଆଇପିଏଲ୍‌ ଚେୟାରମ୍ୟାନ ଲଳିତ ମୋଦି ଏବଂ ସୁସ୍ମିତା ସେନ୍‌ଙ୍କ ସମ୍ପର୍କ। ଲଳିତ ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ତାଙ୍କୁ ନିମୋନିଆ ହୋଇଛି। ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟ ବିଷୟରେ ଜଣାଇଛନ୍ତି। ଏହାପରେ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏସବୁ ମଧ୍ୟରେ ସୁସ୍ମିତାଙ୍କ ଭାଇ ରାଜୀବ ସେନ ମଧ୍ୟ ଲଳିତଙ୍କ ପୋଷ୍ଟରେ କମେଣ୍ଟ କରିଥିବା ଦେଖାଯାଇଛି।

ଗତ ବର୍ଷ ଲଳିତ ସୋସିଆଲ ମିଡିଆରେ ସୁସ୍ମିତାଙ୍କ ସହ ଫଟୋ ଶେୟାର କରିଥିଲେ। ଏହି ଫଟୋ ବେଶ ଭାଇରାଲ ହୋଇଥିବା ବେଳେ ଦୁହେଁ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା। ଏପରିକି ସୁସ୍ମିତାଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ସେଭଳି ଆଉ ଥରେ ସୁସ୍ମିତାଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାକୁ ଆସିଛି। ଲଳିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜୀବଙ୍କ ପ୍ରତିକ୍ରିୟା ଏହା ପଛର କାରଣ ବୋଲି କୁହାଯାଉଛି।

କୁହାଯାଉଛି ଯେ, ଲଳିତ ମୋଦି ମେସ୍କିକୋରେ ଥିଲେ। ସେଠାରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ପ୍ରଥମେ ସବୁକିଛି ଶୀଘ୍ର ଠିକ୍‌ ହୋଇଯିବ ବୋଲି ଲାଗିଥିଲା। ହେଲେ ସମୟ ବିତିବା ସାଙ୍ଗକୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପରେ ତାଙ୍କୁ ଚିକିତ୍ସା ଲାଗି ଲଣ୍ଡନ ଅଣାଯାଇଥିଲା। ଏବେ ସେ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ଅଛନ୍ତି।

Share