ପରପାରିରେ ସର୍ବହରା ସାଥୀ ଲଳିତ ନାୟକ

ବଲାଙ୍ଗୀର ଅଫିସ,୧୮।୧: ଗରିବ, ଖଟିଖିଆ, ଶ୍ରମିକ, ମୂଲିଆ ସର୍ବହରାର ସାଥୀ ଲଳିତ କୁମାର ନାୟକ (୬୨)ଙ୍କ ସୋମବାର ସକାଳେ ଭୁବନେଶ୍ବରସ୍ଥିତ ଏମ୍‌ସ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ସମେତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ ପୂର୍ଣ୍ଣକାଳୀନ ସମାଜସେବୀ ଓ ଶ୍ରମିକ ନେତା ଭାବରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଛାତ୍ରାବସ୍ଥାରୁ ସକ୍ରିୟ ଥିବା ଶ୍ରୀ ନାୟକ ୭୦ ଦଶକରୁ ବ୍ୟକ୍ତିଗତ ଉଦ୍ୟମରେ ରକ୍ତଦାନ ଅଭିଯାନ ଆରମ୍ଭ କରି ସମାଜର ଯୁବବର୍ଗଙ୍କ ଆଦର୍ଶ ପାଲଟିଥିଲେ। ତାଙ୍କ ମରଶରୀରକୁ ବଲାଙ୍ଗୀର ଅଣାଯିବ ବୋଲି ଜଣାପଡ଼ିଛି।

Share