ପ୍ରଚାରର ଶେଷ ଦିନରେ ଦମ୍‌ ଦେଖାଇଲେ ଲଳିତା

କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଶେଷଦିନରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋନ୍‌ ନଂ-୩ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ତାଙ୍କ ସମର୍ଥକଙ୍କ ସହ ଶନିବାର ଏକ ବିରାଟ ମୋଟରସାଇକେଲ ରାଲି କରିଥିଲେ। ଏହି ରାଲି ସମୟରେ ଭୋଟରମାନେ ଲଳିତାଙ୍କୁ କଳସ ସ୍ଥାପନ କରି ପୁଷ୍ପମାଳ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ। ଅଧମୁଣ୍ଡା ପଞ୍ଚାୟତରୁ ରାଲି ଆରମ୍ଭ କରି ଫଟକାମାଲ, ପାଷ୍ଟିକୁଡ଼ି, ନାସିଗା,ଦେଓଗାଁ, ଗାଈଗା, ଗୋକୁଳେଶ୍ୱର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଉତକେଲା ପଞ୍ଚାୟତରେ ଏହି ମୋଟରସାଇକେଲ ରାଲି ଶେଷ ହୋଇଥିଲା। ଏହି ରାଲିରେ  ଲଳିତା  ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଅଗତ କରିବା ସହ ମାଗଣା ବିଜୁଳି, ସରକାରୀ କର୍ମଚାରୀ, ଗୃହ ଋଣ,ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ୍‌ ଛାତ୍ରୀଛାତ୍ରଙ୍କ ବୃତ୍ତି ଆଦି ବିଷୟରେ ଭୋଟରମାନଙ୍କୁ ଅବଗତ କରିଥିଲେ। ବିଜେଡିର ଶତାଧିକ ବିଜେଡି କର୍ମୀ ଏହି ବିରାଟ ମୋଟରସାଇକେଲ ରାଲିରେ ସାମିଲ ହୋଇ ଜୋନ୍‌ ୩ରେ ଲଳିତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ଭିକ୍ଷା କରିଥିଲେ।