Categories: ଜାତୀୟ

ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି

ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରିଥିଲେ। ତାନ୍ତ୍ରିକ କହିବାରୁ ଅନ୍ଧବିଶ୍ୱାସୀ ଲାଲୁ ଧଳା ପୋଷାକ ପିନ୍ଧିବା ବନ୍ଦ କରିଦେଇଥିଲେ। ସେହିପରି ତନ୍ତ୍ର ସାଧକ ଶଙ୍କର ଚରଣ ତ୍ରିପାଠିଙ୍କୁ ଆର୍‌ଜେଡ଼ିର ପ୍ରବକ୍ତା ଭାବେ ନିଯୁକ୍ତ କରିଥିଲେ। ଲାଲୁଙ୍କର ରାଜ୍ୟର ଜନସାଧାରଣଙ୍କ ଉପରେ ଭରସା ନାହିଁ, ତେଣୁ ସେ ତନ୍ତ୍ର ମନ୍ତ୍ର, ବଳି, ପ୍ରେତ ସାଧନା ଆଦି କାର୍ଯ୍ୟ କରୁଥିବା ସୁଶିଲ ଟୁଇଟ୍‌ କରି କହିଛନ୍ତି। ଏବେ ସୁଶିଲଙ୍କ ମନ୍ତବ୍ୟ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜାରି ରହିଛି।

Share