ନୂଆଦିଲ୍ଳୀ,୬।୧୨: ଆରଜେଡି ସୁପିମୋ ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିରୋପଣ ସଫଳ ହୋଇଛି। ଲାଲୁଙ୍କ ଝିଅ ତଥା ଏମ୍ପି ଡା. ମିସା ଭାରତୀ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଲାଲୁ କହିଛନ୍ତି,ଆପଣ ସମସ୍ତେ ପ୍ରାର୍ଥନା କରିଛନ୍ତି। ବର୍ତ୍ତମାନ ମୁଁ ଭଲ ଅନୁଭବ କରୁଛୁ।
ମଙ୍ଗଳବାର ଭିଡିଓ ପୋଷ୍ଟ କରି ମିସା ଭାରତୀ ଲେଖିଛନ୍ତି, ଆପଣମାନଙ୍କ ପ୍ରାର୍ଥନା ବାପାଙ୍କ ମନୋବଳ ବଢାଇଲା, ସେ ଏବେ ସୁସ୍ଥ ଅଛନ୍ତି। ଆଜି ବାପା ତୁମ ସମସ୍ତଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି। ଏହାପୂର୍ବରୁ, ମିସା ଲାଲୁଙ୍କ ଅପରେଶନ ସମ୍ବନ୍ଧରେ ଲଗାତର ଅପଡେଟ୍ ଜାରି ରଖିଥିଲେ। ଏକ ପୋଷ୍ଟରେ ସେ ଫଟୋ ଶେୟାର କରି ଲେଖିଛନ୍ତି-ଆମକୁ କିଛି ସମୟ ପାଇଁ ଆଇସିୟୁରେ ବାପାଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ପରିବାରର ସମସ୍ତେ ବାପା ଏବଂ ରୋହିଣୀଙ୍କ ମଙ୍ଗଳ ପାଇଁ ଚିନ୍ତିତ ଥିଲେ, ତେଣୁ ଅପରେଶନ ପରେ ବାପାଙ୍କୁ ଭେଟିବା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା। ବାପା ରୋହିଣୀଙ୍କ ମଙ୍ଗଳ ବିଷୟରେ ପଚାରିଥିଲେ। ତା’ପରେ ଧୀରେ ଧୀରେ କଥା ହୋଇ ସେ ପୁରୁଣା କଥା ମନେ ରଖିବା ଆରମ୍ଭ କଲେ।