Categories: ଜାତୀୟ

ଲାଲୁ ଗୁରୁତର

ରାଞ୍ଚତ୍, ୨୩।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ଦେଖାଦେଇଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ରାଞ୍ଚତ୍ର ଆର୍‌ଆଇଏମ୍‌ଏସ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଝିଅ ମିସା ଭାରତୀ ସେଠାରେ ପହଞ୍ଚତ୍ଛନ୍ତି। ପାଟନାରୁ ସ୍ତ୍ରୀ ରାବ୍ରୀ ଦେବୀ ଓ ସାନପୁଅ ତେଜସ୍ବୀ ଯାଦବ ଏକ ଚାର୍ଟାର୍ଡ ବିମାନରେ ରାଞ୍ଚତ୍ ଯାଇଛନ୍ତି। ଲାଲୁଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇନାହିଁ। ସେ ଏକପ୍ରକାର ନିମୋନିଆ ପୀଡ଼ିତ ଥିବା ଡାକ୍ତର କହିଛନ୍ତି। ଚିକିତ୍ସା ଜାରି ରହିଛି। ଏମ୍ସ ଲଙ୍ଗ୍‌ସ ବିଭାଗ ମୁଖ୍ୟଙ୍କ ସହ ପରାମର୍ଶ କରାଯାଉଥିବା ହସ୍ପିଟାଲ ନିର୍ଦ୍ଦେଶକ ଡ. କାମେଶ୍ୱର ପ୍ରସାଦ କହିଛନ୍ତି।

Share