Categories: ଜାତୀୟ

ଲାଲୁ-ନୀତୀଶ ରାହୁଲଙ୍କ ଆଗରେ ମୁଣ୍ଡ ନୁଆଁଇଲେ, ଭୁଲିଗଲେ ଜରୁରୀକାଳୀନ ସମୟରେ ଜେଲରେ ଯିବା ଅନୁଭୁତି: ରବି ଶଙ୍କର ପ୍ରସାଦ…

ନୂଆଦିଲ୍ଲୀ,୨୪।୬ : ବିରୋଧୀ ଦଳର ଏକତାକୁ ନେଇ ଭାଜପା କ୍ରମାଗତ ଭାବରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ପୁଣିଥରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଲୋକସଭା ଏମପି ରବି ଶଙ୍କର ପ୍ରସାଦ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହା ବିରୋଧୀ ଏକତା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଚେୟାର ହାତେଇବାର ଖେଳ। ବିରୋଧୀ ଏକତା କେତେ ଶକ୍ତିଶାଳୀ ହେବ ତାହା ସମୟ ହିଁ କହିବ। ଲାଲୁ-ନୀତୀଶ ଏବଂ ଅନ୍ୟମାନେ ରାହୁଲ ଗାନ୍ଧୀଙ୍କୁ କେବଳ ଚେୟାର ହାତେଇବା ପାଇଁ ପ୍ରଶଂସା କରୁଛନ୍ତି। ଏଭଳି ଲୋକମାନେ କ୍ଷମତା ପାଇଁ ସବୁ ବିଛି କରି ପାରନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ରାହୁଲଙ୍କ ଆଗରେ ପ୍ରଣାମ କରୁଛନ୍ତି ଏବଂ ଲାଲୁ ପ୍ରସାଦ ଯାବଦ ତାଙ୍କ ବିବାହ ବିଷୟରେ କହୁଛନ୍ତି ।

ବୋଧହୁଏ ଲାଲୁ-ନୀତୀଶ ଭୁଲିଯାଇଛନ୍ତି ଜରୁରୀକାଳୀନ ସମୟରେ ତାଙ୍କୁ ଜେଲକୁ ପଠାଯାଇଥିଲା। ଜେଲର ଅନୁଭୁତି ତାଙ୍କର ମନେ ଅଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଆଜି ରାହୁଲଙ୍କ ପ୍ରଶଂସା କରୁଥିବା ଲୋକମାନେ ବହୁତ କଷ୍ଟ ପାଇଥିଲେ। ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ଉଭୟେ ସହଯୋଗୀ ଥିଲେ। କିନ୍ତୁ, ଆଜି ସେମାନେ ଚେୟାର ପାଇଁ ସମାନ କଂଗ୍ରେସ ପକ୍ଷ ରଖି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଛନ୍ତି। ଯେତେବେଳେ ସଂଖ୍ୟାଗରିଷ୍ଠ ସରକାର ଆସନ୍ତି, ଦେଶର ବିକାଶ ହୋଇଥାଏ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେରିକା ମଧ୍ୟ ଭାରତ ସହିତ ସମାନ ସମ୍ପର୍କ ବାଣ୍ଟୁଛି।

ସୂଚନାଯୋଗ୍ୟ, ୨୩ ଜୁନରେ ପାଟନାରେ ଆୟୋଜିତ ବିରୋଧୀ ଏକତା ବୈଠକରେ ୧୫ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଆସନ୍ତା ଲୋକସଭା ର୍ନିବାଚନରେ ବିଜେପିକୁ ପରାସ୍ତ କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଶିମଲାରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିଭିନ୍ନ ରାଜ୍ୟରେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଏବଂ ରଣନୀତି ସୃଷ୍ଟି ଉପରେ ଧ୍ୟାନ ଦିଆଯିବ ।

Share