Categories: ଜାତୀୟ

‘କଂଗ୍ରେସ ଏବେ ବି ବୃହତ୍‌ ବିରୋଧୀ ଦଳ’

ପାଟନା,୧୨।୯: ୨୦୨୪ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଲାଗି ଜୋର୍‌ଦାର ଉଦ୍ୟମ ଜାରି ରହିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶରୁ ଫେରିବା ପରେ ନୀତୀଶ ଏବଂ ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ ତାଙ୍କୁ ସାକ୍ଷାତ୍‌ କରିବେ ବୋଲି ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପ ଥିବା ନେଇ ବିଭିନ୍ନ ଆଞ୍ଚଳିକ ଦଳ ଅଙ୍ଗୁଠି ଉଠାଉଥିବା ବେଳେ ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏବେ ବି ବୃହତ ବିରୋଧୀ ଦଳ। ତେଣୁ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ବାସ୍ତବତା ଚିନ୍ତା କରିବା ଆବଶ୍ୟକ। ଭାଜପାକୁ ପରାସ୍ତ କରିବା ବିରୋଧୀ ନେତାମାନଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ବୋଲି ତେଜସ୍ବୀ କହିଛନ୍ତି।

Share