Categories: ଜାତୀୟ

ଲାଲୁଙ୍କ ଶଳାଙ୍କୁ ୩ବର୍ଷ ଜେଲ୍‌

ପାଟନା,୩୦।୫: ସରକାରୀ କାର୍ଯ୍ୟାଳୟରେ ପଶିି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସ୍ଥାନୀୟ ଏମ୍‌ପିଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୋମବାର କୋଟର୍ର୍ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ଶଳା ତଥା ପୂର୍ବତନ ବିଧାୟକ ସାଧୁ ଯାଦବଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସାଧୁଙ୍କୁ ୧୬,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଯଦି ସାଧୁ ଯାଦବ ଜରିମାନା ନ ଦିଅନ୍ତି, ତେବେ ତାଙ୍କୁ ଆଉ ଏକ ମାସ ଜେଲ୍‌ରେ ରହିବାକୁ ପଡିବ। ଅନ୍ୟପଟେ ସାଧୁ ଯାଦବଙ୍କ ଓକିଲ କହିଛନ୍ତି, ସେ ବର୍ତ୍ତମାନ ଜାମିନ ଆବେଦନ କରିବେ। ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ସାଧୁ ପରିବହନ ବିଭାଗର କାର୍ଯ୍ୟାଳୟକୁ ପଶି ଅଧିକାରୀଙ୍କୁ ପାଟିତୁଣ୍ଡ କରିବା ସହ ଦୁର୍ବବ୍ୟହାର କରିଥିଲେ। ଏନେଇ ପରିବହନ ବିଭାଗ ପକ୍ଷରୁ ଏତଲା ଦିଆଯାଇଥିଲା। ପୋଲିସ ଏତଲାକୁ ଭିତ୍ତି କରି ଆଇପିସିର ଦଫା ୩୪୭, ୩୫୩, ୪୪୮ ଏବଂ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

 

Share