Categories: ଜାତୀୟ

‘ସିବିଆଇ ଅସନ୍ତୁଷ୍ଟ କେବଳ ଏହି କାରଣ ପାଇଁ କରିପାରିବେ ନାହିଁ ଜାମିନର ବିରୋଧ’, କୋର୍ଟରେ କହିଲେ ଲାଲୁ

ପାଟନା,୨୧।୮: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ସେହି ଆବେଦନର ବିରୋଧ କରିଛନ୍ତି, ଯେଉଁଥିରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜଡିତ ଡୋରଂଡା କୋଷାଗାର ମାମଲାରେ ତାଙ୍କୁ ଦିଆଯାଇଥିବା ଜାମିନକୁ ରଦ୍ଦ କରିବାକୁ ଦାବି କରାଯାଇଛି।

ଗତ ବର୍ଷ ଏପ୍ରିଲ ୨୨ରେ ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଞ୍ଚିର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ ରେଳମନ୍ତ୍ରୀଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଏବଂ ଡୋରାଣ୍ଡା ଟ୍ରେଜେରୀରୁ ୧୩୯କୋଟିରୁ ଅଧିକ ଟଙ୍କା ହଡପ ମାମଲାରେ ୬୦ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ଲାଲୁ ଯାଦବ କହିଛନ୍ତି ଯେ ସିବିଆଇ ଅସନ୍ତୁଷ୍ଟ ଥିବାରୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦଣ୍ଡକୁ ସ୍ଥଗିତ ରଖିବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ତାଙ୍କ ଉତ୍ତରରେ ଲାଲୁ ଯାଦବ ସ୍ବାସ୍ଥ୍ୟ ଏବଂ ବୃଦ୍ଧାବସ୍ଥାକୁ ଦର୍ଶାଇ କହିଛନ୍ତି ଯେ ତାଙ୍କୁ ଜେଲରେ ରଖିବା ଦ୍ୱାରା କୌଣସି ଉଦ୍ଦେଶ୍ୟ ପୂରଣ ହେବନାହିଁ।
ସାଧାରଣ ନୀତି ଏବଂ ସମାନ ନିୟମ ଉପରେ ଆଧାର କରି ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ୧୫ଫେବୃଆରୀ ୨୦୨୨ରେ, ରାଞ୍ଚିର ସିବିଆଇ କୋର୍ଟ ଲାଲୁ ଯାଦବଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

Share