Posted inଜାତୀୟ

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୨୨।୪:ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ୧୯୯୦ରୁ ୧୯୯୫ ମଧ୍ୟରେ ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। ପ୍ରାୟ ୨୭ ବର୍ଷ ପରେ, ଚଳିତ ବର୍ଷ ଫେବୃଆରୀରେ କୋର୍ଟ ଏହି ଘୋଟାଲା ଉପରେ ନିଜର ରାୟ ଦେଇଥିଲେ। ଏଥିରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଏବଂ ୬୦ ଲକ୍ଷ ଟଙ୍କା ଜୋରିମନା ହୋଇଥିଲା।
ଏହାପୂର୍ବରୁ ଚାରା ଘୋଟାଲାର ୪ଟି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟ ମୋଟ ୨୭ ବର୍ଷ ସଜା ଶୁଣାଇଛନ୍ତି । ଏଥିସହିତ ୧ କୋଟି ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି।
ଏଥିମଧ୍ୟରୁ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଚାର୍ଜଫ୍ରେମ ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଗତ ସମସ୍ୟାରେ ଫସିଲା ସୁପରଷ୍ଟାର ଶାହରୁଖଙ୍କ ମନ୍ନତ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ,୧୧।୩: ଶାହରୁଖ ଖାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମନ୍ନତ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ପର୍ଯ୍ୟଟନ ସ୍ଥଳଠାରୁ କମ୍‌ ନୁହେଁ। ପ୍ରଶଂସକମାନେ ପ୍ରାୟତଃ ମନ୍ନତକୁ ଯାଆନ୍ତି ଏବଂ...

Video: ମୃତ୍ୟୁ ପରେ ଭାଇରାଲ ହେଲା ଭିଡିଓ, ବାପାଙ୍କୁ ଭୟଙ୍କର ମାଡ଼ ମାରୁଥିଲେ ଝିଅ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର ମୋରେନାରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ମିଳିବାର କିଛି ଦିନ ପରେ, ତାଙ୍କ ଝିଅମାନେ ତାଙ୍କୁ ତାଙ୍କ ସ୍ତ୍ରୀ ଧରି ରଖିଥିବା ସମୟରେ...

ଦେଶରୁ ଏହି ୪ଟି ପ୍ରମୁଖ ଆଇନ ହୋଇଯିବ ଶେଷ! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଣିବେ…

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଲୋକ ସଭାରେ ପ୍ରବାସୀ ଏବଂ ବିଦେଶୀ ବିଲ ୨୦୨୫ ଆଗତ କରିବେ, ଯାହା କାର୍ଯ୍ୟକାରୀ ହେବା...

ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୧୩ଟି, ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୧୧।୩: ମଙ୍ଗଳବାର ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୨୦ ଟି ପ୍ରଦୂଷିତ ସହର ମଧ୍ୟରୁ ତେରଟି ଭାରତରେ ଅଛି, ଯେଉଁଥିରେ...

ଭାଷା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ, ଧର୍ମେନ୍ଦ୍ରଙ୍କ ଗୋଟିଏ ଶବ୍ଦକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୧।୩: ଡିଏମକେ ଏମପି କାନିମୋଝି କରୁଣାନିଧି ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଂସଦୀୟ ବିଶେଷାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଏହି...

ବର୍ଷାରେ ଭିଜିବ ହୋଲି, ୧୩-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେବ ବର୍ଷା

ନୂଆଦିଲ୍ଲୀ,୧୧।୩: ହୋଲି ପର୍ଯ୍ୟନ୍ତ ଉତ୍ତର ଭାରତରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ଦିନରେ ଖରା ହେତୁ ଗରମ ଅନୁଭବ ହେବ। ତଥାପି, ମାର୍ଚ୍ଚ...

ବଳାତ୍କାରୀଙ୍କୁ ନପୁଂସକ କରି ଛାଡିଦିଆଯିବା ଉଚିତ୍‌: ଏମିତି ପରାମର୍ଶ ଦେଲେ ରାଜ୍ୟପାଳ

ଜୟପୁର,୧୧।୩: ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ବଲାତ୍କାରୀଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ଅନ୍ୟମାନଙ୍କୁ ଏପରି ଜଘନ୍ୟ ଅପରାଧ କରିବାରୁ ନିରୁତ୍ସାହିତ କରିବା ପାଇଁ...

ବୟାନ ରେକର୍ଡ କରିବା ବାହାନାରେ ୩ବର୍ଷର ପୁଅ ଆଗରେ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର, କନଷ୍ଟେବଲ୍‌ ଗିରଫ

ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍‌ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri