ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍ରେ ଥବା ବେଳର ଫଟୋ ଶେୟାର କରି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରିଛନ୍ତି। ରୋହିଣୀ ଲେଖିଛନ୍ତି, ମୋର ହିରୋ, ମୋର ବ୍ୟାକବୋନ୍ ପାପା, ଶୀଘ୍ର ସୁସ୍ଥ ହୋଇଯାଅ। ଯିଏ ସମସ୍ତ ବାଧାବିଘ୍ନରୁ ମୁକ୍ତି ପାଇଛି। କୋଟି କୋଟି ଲୋକଙ୍କ ପ୍ରାର୍ଥନା ଯାହାର ଶକ୍ତି। ଆଜି ରାଷ୍ଟ୍ରୀୟ ଜନତା ଦଳର ୨୬ତମ ଫାଉଣ୍ଡେସନ ଦିବସ କିନ୍ତୁ ଲାଲୁ ଯାଦବଙ୍କ ଅସୁସ୍ଥତା ହେତୁ କୌଣସି ଉତ୍ସବ ପାଳନ କରାଯାଉ ନାହିଁ। କେବଳ ସଦସ୍ୟତା ଅଭିଯାନ ଚାଲିବ।
ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲାଲୁ ଯାଦବ ଯଦିଓ ଏବେ ଆଇସିୟୁରେ ଅଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ ତାଙ୍କୁ ଆଉ କିଛି ଦିନ ଆଇସିୟୁରେ ରଖିବାକୁ ପଡିପାରେ। ଅନେକ ରୋଗରେ ପୀଡିତ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କୁ ପାରାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଲାଲୁ ଯାଦବ ସିଡ଼ିରୁ ଅସନ୍ତୁଳିତ ହୋଇ ପଡିଯାଇଥିଲେ। ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗି ଯାଇଛି।
My hero
My backbone Papa🙏
Get well soon 🤞हर बाधाओं से जिसने पाई है मुक्ति
करोड़ों लोगों की दुआएं है जिनकी शक्ति🙏 pic.twitter.com/36ndAbRnTG— Rohini Acharya (@RohiniAcharya2) July 5, 2022