Categories: ଜାତୀୟ

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ରାଞ୍ଚି,୮।୧୧: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଯାଇଛି। ତାଙ୍କୁ ସୁଗାର ସ୍ତର ବଢିଯାଇଛି। ଏଥି ସହିତ, ସେରମ କ୍ରିଏଟିନିନ୍‌ ସ୍ତର ମଧ୍ୟ ବୃଦ୍ଧି ପାଉଛି। ଲାଲୁଙ୍କ ଚିକିତ୍ସା କରୁଥିବା ମେଡିସିନ୍‌ ବିଭାଗର ଦାୟିତ୍ୱରେ ଥିବା୍‌ ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ଗତ କିଛି ଦିନ ହେବ ଲାଲୁ ବହୁତ ଚିନ୍ତିତ ଓ ବିବ୍ରତ ଭିତରେ ରହୁଛନ୍ତି। କ୍ରିଏଟିନାଇନ ସ୍ତର ବୃଦ୍ଧି ପାଇଁ ଏହା ଏକ କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ତାଙ୍କ କିଡନୀ କେବଳ ୨୫ ପ୍ରତିଶତରେ କାମ କରୁଛି। ଯଦି ତାଙ୍କ ଅବସ୍ଥାରେ ଉନ୍ନତି ନ ହୁଏ, ତେବେ କିଡନୀ ଫେଲ ହେବାର ଆଶଙ୍କା ଉପୁଜିବ। ତାଙ୍କୁ ଡାଏଲିସିସ ଆବଶ୍ୟକ ପଡିପାରେ।ଏହାପୂର୍ବରୁ ଲାଲୁ ସ୍ବାସ୍ଥ୍ୟଗତ କାରଣରୁ କୋର୍ଟରୁ ଜାମିନ ମାଗିଥିଲେ। ନଭେମ୍ବର ୨୭ରେ ଏହାର ଶୁଣାଣି ହେବ। ଏହି ଆବେଦନରେ ସେ କିଡନୀ, ହୃଦ ରୋଗ ଏବଂ ସୁଗାର ସମେତ ୧୬ ପ୍ରକାରର ରୋଗ ଥିବା ମଧ୍ୟ ଦାବି କରିଛନ୍ତି।

Share