Categories: ଜାତୀୟ

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି। ପରିସ୍ଥିତି ଏଭଳି ହେଲାଣି ଯେ ଦେଶ ଗୃହଯୁଦ୍ଧ ଆଡକୁ ଗତି କରୁଛି ବୋଲି ସେ କହିଛନ୍ତି।

ଭାଜପାକୁ କଟାକ୍ଷ କରି ଲାଲୁ କହିଛନ୍ତି, ଉତ୍ତରପ୍ରଦେଶରେ ଭାଜପା ପରାଜିତ ହେବ। ସେମାନଙ୍କୁ ଭୋଟ ମିଳିବ ନାହିଁ। ଏହାର ସଙ୍କେତ ମିଳିଲାଣି। ୭୦ ବର୍ଷ ପରେ ଭାଜପା ନୂଆ ଇଂରେଜ ଭାବରେ ଉଭା ହୋଇଛି। ଏହାକୁ ପରାସ୍ତ କରିବା ଲାଗି ବିଶେଷକରି ଜାଟ୍‌ ସମ୍ପ୍ରଦାୟ ଲୋକ ଦଳକୁ ଭୋଟ ଦିଅନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି।

Share