ରାଞ୍ଚି,୧୧ ।୧୨: ଚାରା ଘୋଟାଲା ଓ ଅନ୍ୟ କିଛି ମାମଲାରେ ଜେଲ୍ ଯାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟରେ କରାଯିବ । ହେଲେ ଏହା ପୂର୍ବରୁ ସିବିଆଇ ହାଇକୋର୍ଟରେ ଅର୍ଜି ଦାଖଲ କରି ଲାଲୁଙ୍କ ଅଡୁଆକୁ ବଢାଇ ଦେଇଥିବା ଜଣାପଡିଛି । ଲାଲୁଙ୍କ ଉପରେ ଜେଲ୍ ନିୟମ ଉଲ୍ଲଂଘନ ଅଭିଯୋଗ କରି ତାଙ୍କୁ ରାଞ୍ଚିସ୍ଥିତ ସିରମ ହସ୍ପିଟାଲରୁ ଜେଲ ପଠାଇବାକୁ ସିବିଆଇ ଆବେଦନ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ଚାରା ଘୋଟାଲା ମାମାଲା ସହ ଜଡିତ ମାମଲାର ଶୁଣାଣି ହାଇକୋର୍ଟର କରାଯିବ । ଏହା ଦୁମକା ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ହଡପ ମାମଲା ସହ ଜଡିତ । ତେବେ ଶୁକ୍ରବାର ଲାଲୁଙ୍କୁ ଜାମିନ ମିଳିଯିବ ବୋଲି ଆଶା ରଖଛନ୍ତି ଆର୍ଜେଡି କର୍ମୀ । ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଏଥର ଯଦି ଲାଲୁଙ୍କୁ ଜାମିନ ମିଳିଗଲା ତେବେ ସେ ବାହାରକୁ ବାହାରି ପାରିବେ । କାରଣ ପର୍ବରୁ ତାଙ୍କୁ ପ୍ରାୟ ୩ଟି ମାମଲାରେ ଜାମିନ ମିଳି ସାରିଛି । କୋର୍ଟରେ ଶୁଣାଣି ପରେ ପୁଣିଥରେ ଲାଲୁଙ୍କୁ ଲାଗିଛି ଝଟକା । ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନର ଶୁଣାଣିକୁ ଆହୁରି ୬ ସପ୍ତାହ ଘୁଞ୍ଚାଇ ଦେଇଥିବା ଜଣାପଡିଛି ।