ନୂଆଦିଲ୍ଲୀ,୬।୩: ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ମଙ୍ଗଳବାର ହାଜର ହେବା ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ ପଠାଇଛି। ସୋମବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦଙ୍କ ସ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚି ଭାରତୀୟ ରେଲଓ୍ବ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) ସ୍କାମ ମାମଲା ସମ୍ପର୍କରେ ପଚରାଉଚରା କରାଯାଇଛି।