ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବୁଧବାର କୋର୍ଟରେ ହାଜର ହେବେ। ନିକଟରେ ସିବିଆଇଉଭୟଙ୍କୁ ପୃଥକ ପୃଥକ ଜେରା କରିଥିଲା। ସିବିଆଇ ଏହାର ଚାର୍ଜସିଟରେ ଅଭିଯୋଗ କରିଛି ଯେ, ରେଳବାଇରେ ନିଯୁକ୍ତି ପାଇଁ ଭାରତୀୟ ରେଳର ଧାର୍ଯ୍ୟ ନିୟମ ଏବଂ ପ୍ରକ୍ରିୟାକୁ ଉଲ୍ଲଂଘନ କରି ଅନେକ ନିଯୁକ୍ତି ଦିଆଯାଇଛି। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ।