Categories: ଜାତୀୟ

ଲାଲୁ-ରାବ୍ରି-ମିସା ଭାରତୀଙ୍କୁ ଜାମିନ…

ନୂଆଦିଲ୍ଲୀ,୧୫।୩ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଏବଂ ସେମାନଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀ ଜମି ବଦଳରେ ଚାକିରି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଲାଲୁ ଯାଦବ, ମିସା ଭାରତୀ ଏବଂ ରାବ୍ରି ଦେବୀଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

ରେଳ ଚାକିରି ବଦଳରେ ଜମି ମାମଲାରେ ତିନିଜଣ ଅଭିଯୁକ୍ତ ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଶୁଣାଣି ଆରମ୍ଭ ହେବା ପରେ ସମସ୍ତ ଅଭିଯୁକ୍ତ ହାତ ଉଠାଇ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିବା ଦର୍ଶାଇ ଥିଲେ।

ଏହା ପରେ ଲାଲୁ ଯାଦବ, ମିସା ଭାରତୀ ଏବଂ ରାବ୍ରି ଦେବୀ କୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ତିନିଜଣଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ବଣ୍ଡରେ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share