Categories: ଜାତୀୟ

ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ବୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ରାବ୍ରି ଦେବୀଙ୍କୁ କୋର୍ଟରୁ ଜାମିନ ମିଳିଛି। ଏହି ତିନି ଜଣଙ୍କୁ ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ ହେବ। ଏହି ମାମଲାରେ ହାଜର ହେବା ପାଇଁ ଲାଲୁଙ୍କ ପରିବାର ଦିଲ୍ଲୀରେ ପହଞ୍ଚିଥିଲେ। ବୁଧବାର ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଲାଲୁଙ୍କ ପରିବାର ତିନିଜଣ ସଦସ୍ୟଙ୍କ ବ୍ୟତୀତ ୧୭ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରୁଛି।

 

Share