ପାଟନା,୨୯।୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ଚାକିରି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଇଡି ପଚରାଉଚରା କରିବ। ଇଡି ଦଳ ପାଟନାରେ ପହଞ୍ଚିଛି। ଲାଲୁ ଯାଦବ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପାଟନାରେ ଥିବା ଇଡି କାର୍ଯ୍ୟାଳୟ ବାହାରେ ଆରଜେଡି କର୍ମୀ ଏବଂ ନେତାଙ୍କ ଭିଡ ଜମିଛି। ସମର୍ଥକ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ।
୨୨ ଡିସେମ୍ବର ଏବଂ ୫ ଜାନୁଆରୀରେ ତେଜସ୍ବୀ ଯାଦବଙ୍କୁ ସମନ ଜାରି କରାଯାଇଥିଲା କିନ୍ତୁ ସେ ହାଜର ହୋଇ ନ ଥିଲେ। ଆସନ୍ତାକାଲି ଜାନୁଆରୀ ୩୦ରେ ତେଜସ୍ବୀ ଯାଦବଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ ପଡିବ। ଆଜି ଲାଲୁ ପ୍ରସାଦ ଯାଦବଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଏବଂ ଝିଅ ମିସା ଭାରତୀ ମଧ୍ୟ ପାଟଣାର ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ପହଞ୍ଚିଛନ୍ତି।