Categories: ଜାତୀୟ

ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ ଲାଲୁ!

ପାଟନା,୨୪।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବଙ୍କ ଅନୁଶାସନହୀନ କାର୍ଯ୍ୟକୁ ସହ୍ୟ କରିବାକୁ ମୁଡ୍‌ରେ ନାହାନ୍ତି। ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରସ୍ତୁତ ହେଉଛନ୍ତି। ଏହା ମାଧ୍ୟମରେ ଦଳ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରୁଛି ଯେ କୌଣସି ନେତା କିମ୍ବା କର୍ମୀ ଅନୁଶାସନର ସୀମା ଅତିକ୍ରମ କଲେ ଆରଜେଡିରେ ରହିପାରିବେ ନାହିଁ। ଏହି ରଣନୀତି ଅନୁଯାୟୀ ତେଜ ପ୍ରତାପଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ସବଠୁ ବଡ଼ କଥା ହେଉଛି ଲାଲୁଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତେଜ ପ୍ରତାପଙ୍କୁ ସମର୍ଥନ କରୁନାହାଁନ୍ତି। ସୂଚନାଯୋଗ୍ୟ, ନgିକଯରେ ଆjରlଜେଡି ଦଳୀୟ ପୋଷ୍ଟରରେ ତେଜ ପ୍ରତାପଙ୍କ ଫଟୋ ନ ଥିବା ଯୋଗୁ ପରିବାର କନ୍ଦଳ ପଦାକୁ ଆସିଥିଲା।

Share