Categories: ଜାତୀୟ

ଲାଲୁ ଜଣେ ନିର୍ଭୀକ ଯୋଦ୍ଧା, ଜନ୍ମଦିନରେ ଲାଲୁଙ୍କୁ ପ୍ରଶଂସା କଲେ ଷ୍ଟାଲିନ…

ପାଟନା/ଚେନ୍ନାଇ,୧୧।୬ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ଜନ୍ମଦିନରେ ରବିବାର (ଜୁନ ୧୧) ଅଭିନନ୍ଦନ ଜଣାଇ ତାଙ୍କୁ ସାମାଜିକ ନ୍ୟାୟର ନିର୍ଭୀକ ଯୋଦ୍ଧା ବୋଲି କହିଛନ୍ତି। ଡିଏମକେ ଅଧ୍ୟକ୍ଷ ଷ୍ଟାଲିନ ଲାଲୁଙ୍କୁ ୭୬ ତମ ଜନ୍ମଦିନରେ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି।

ଷ୍ଟାଲିନ ଏକ ଟୁଇଟରେ ଲେଖିଛନ୍ତି, ବରିଷ୍ଠ ରାଜନେତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ କହିଛନ୍ତି ସମ୍ମାନ ଉପରେ ଲାଲୁଙ୍କ ଗୁରୁତ୍ୱ ତାଙ୍କ ରାଜନୀତିକୁ ଥନ୍ଧଇ ପେରିଆରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆମର ଆତ୍ମ ସମ୍ମାନ ଆନ୍ଦୋଳନର ନିକଟତର କରିଥାଏ। ଏହା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହେଉ କିମ୍ବା ଜନଗଣନା ପାଇଁ ଦାବି ହେଉ କିମ୍ବା ଧର୍ମନିରପେକ୍ଷତାକୁ ସମର୍ଥନ କରିବା ଆଦି ପ୍ରସଙ୍ଗରେ ଲାଲୁ ପ୍ରସାଦଙ୍କ କ୍ରମାଗତ ସ୍ବର ଉତ୍ତୋଳନ ତାଙ୍କୁ ସାମାଜିକ ନ୍ୟାୟର ନିର୍ଭୀକ ଯୋଦ୍ଧା କରିଛି।

ଏହା ସହିତ ଲାଲୁଙ୍କ ଜନ୍ମଦିନ ଅବସରରେ ଷ୍ଟାଲିନ ତାଙ୍କୁ ଉତ୍ତର ଭାରତରେ ମଣ୍ଡଳ ରାଜନୀତିକୁ ମଜବୁତ କରିବା ପାଇଁ ଲୋକଙ୍କ ସେବାରେ ଆହୁରି ଅନେକ ବର୍ଷ ସକ୍ରିୟ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ ଲାଲୁ ପ୍ରସାଦ ରବିବାର ପାଟନାରେ ପରିବାର ସହ କେକ କାଟି ନିଜର ୭୬ ତମ ଜନ୍ମଦିନ ପାଳନ କରିଥିଲେ। ବିହାର ସିଏମ ନୀତୀଶ କୁମାର ରବିବାର ଲାଲୁ ଯାଦବଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରିଛନ୍ତି।

Share