Categories: ଜାତୀୟ

ଜମି ବଦଳରେ ଚାକିରି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାର ଶୁଣାଣି ବୁଧବାର ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ହେବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଙ୍ଗଳବାର ସନ୍ଧ୍ୟାରେ ପାଟନାରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ମାମଲାରେ ଶୁଣାଣି ହେବା ପୂର୍ବରୁ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଏହା ଏଭଳି ଘଟି ଚାଲିଥାଏ। ଭୟ କରିବାର କିଛି ନାହିଁ ବିହାରରେ ଚାଲିଥିବା ଜାତି ଜନଗଣନାରେ ଲାଲୁ ଯାଦବ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମଙ୍ଗଳବାର ରାତିରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଲାଲୁ କହିଛନ୍ତି, ବିହାରରେ ଆମେ ଜାତି ଜନଗଣନା କରିଛୁ। ଏହା ସମଗ୍ର ଦେଶରେ ହେବା ଉଚିତ୍‌। ଏହାଦ୍ୱାରା ଦେଶର ଗରିବ ଏବଂ ଦଳିତମାନେ ଉପକୃତ ହେବେ। ସମସ୍ତେ ସେମାନଙ୍କର ଉପଯୁକ୍ତ ଅଧିକାର ପାଇବେ।

Share