Categories: ଜାତୀୟ

୯ରେ ଜାମିନରେ ଆସିିବେ ଲାଲୁ

ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଶୁକ୍ରବାର ପ୍ରକାଶ କରିଛନ୍ତି। ଏବେ ଲାଲୁପ୍ରସାଦ ରାଞ୍ଚି ଜେଲରେ ଅଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ତାଙ୍କୁ ଜାମିନ ମିଳିସାରିଛି। ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ବିହାରରେ ୩ ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ କରାଯାଇ ୧୦ରେ ଫଳାଫଳ ଘୋଷଣା କରାଯିବ। ୯ରେ ଲାଲୁପ୍ରସାଦ ଆସିବା ପରେ ୧୦ରେ ନୀତୀଶ କୁମାର ବିଦାୟ ନେବେ ବୋଲି ତେଜସ୍ବୀ କହିଛନ୍ତି। ନୀତୀଶ କୁମାର ସରକାର ଶିଳ୍ପ, ନିଯୁକ୍ତି କ୍ଷେତ୍ର୍ରରେ ବିଫଳ ହୋଇଛି। ଦୁର୍ନୀତି ହଟାଇବାରେ ମଧ୍ୟ ସଫଳ ହୋଇନାହିଁ। ପ୍ରବାସୀଙ୍କ ଲାଗି କୌଣସି ସୁବିଧା ଯୋଗାଇ ଦେଇ ନାହାନ୍ତି। ମହାମେଣ୍ଟ କ୍ଷମତାକୁ ଆସିଲେ ୧୦ ଲକ୍ଷ ନିଯୁକ୍ତି ଦେବା ସହ ଶିକ୍ଷା, ସ୍ବାସ୍ଥ୍ୟର ବିକାଶକୁ ଗୁରୁତ୍ୱ ଦେବ ବୋଲି ତେଜସ୍ବୀ ପ୍ରକାଶ କରିଛନ୍ତି।

Share