Categories: ଜାତୀୟ

ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆର୍‌ଜେଡି

ପାଟନା,୨୬।୫: ରାଜ୍ୟ ସଭା ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୂର୍ବତନ ବିଧାୟକ ଫୟାଜ ଅହମ୍ମଦ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମନୋନୀତ ହୋଇଛନ୍ତି। ଆର୍‌ଜେଡି କୋଟାରେ ଦୁଇଟି ଆସନ ରହିଥିବା ବେଳେମିସା ଭାରତୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ତାଙ୍କୁ ପୁଣି ଥରେ ଆର୍‌ଜେଡି ରାଜ୍ୟ ସଭାକୁ ପଠାଇବାକୁ ସ୍ଥିର କରିଛି। ଅନ୍ୟପକ୍ଷେ ଫାୟାଜ ଅହମ୍ମଦ ଆରଜେଡିର ଜଣେ ପୁରୁଣା ନେତା ହୋଇଥିବା ବେଳେ ଦଳ ତାଙ୍କୁ ଟିକେଟ ଦେଇଛି। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତିରେ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଜାମିନ ପାଇବା ପରେ ଲାଲୁ ଯାଦବ ବୁଧବାର ପାଟନାରେ ପହଞ୍ଚିଥିଲେ। ଏହାପରେ ସେ ଗୁରୁବାର ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଇଥିଲେ।

 

Share