Categories: ଜାତୀୟ

‘ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି ଲାଲୁ ଯାଦବ’, ସୁପ୍ରିମକୋର୍ଟରେ ସିବିଆଇର ଯୁକ୍ତି

ନୂଆଦିଲ୍ଲୀ,୨୬।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚୋରା ଘୋଟାଲାରେ ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି। ଏହି ଆଧାରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଜାମନିକୁ ରଦ୍ଦ କରିବାକୁ ସିବିଆଇ ଦାବି କରିଛି। ଏଥି ସହ ଲାଲୁଙ୍କ ଓକିଲ ସିବିଆଇର ଦାବିକୁ ବିରୋଧ କରି କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କିଡନୀ ପ୍ରତିରୋପଣ ହୋଇଛି।

ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ ଉପରେ ଲାଲୁଙ୍କ ପକ୍ଷରୁ ଅସୁସ୍ଥତା ଦର୍ଶାଯାଇଛି। ତାଙ୍କ ପକ୍ଷରୁ କୁହାଯାଇଛି, ତାଙ୍କୁ ଜେଲରେ ରଖିବାରେ କୌଣସି ଲକ୍ଷ୍ୟ ପୂରଣ ହେବନାହିଁ। ଜଷ୍ଟିସ ଏସ ବୋପନ୍ନା ଏବଂ ଜଷ୍ଟିସ ଏମ.ଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି ଅକ୍ଟୋବର ୧୭କୁ ଘୁଞ୍ଚାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଝାଡଖଣ୍ଡ ହାଇକୋର୍ଟ ୨୨ ଏପ୍ରିଲ ୨୦୨୨ ଡୋରାଣ୍ଡା ଟ୍ରେଜେରୀ ହଡପ ମାମଲାରେ ୭୫ ବର୍ଷିୟ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Share