Categories: ଜାତୀୟ

ତେଜ ପ୍ରତାପ ଖୋଲିବେ ‘ଲାଲୁ ପାଠଶାଳା’

ପାଟନା,୧୮ ।୫: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ ‘ଲାଲୁ ପାଠଶାଳା’ ଖୋଲିବାକୁ ଯାଉଛନ୍ତି । ନାଳନ୍ଦାର ସୋନୁଙ୍କ ସହ ମଙ୍ଗଳବାର କଥା ହେବା ପରେ ବୁଧବାର ସେ ଟୁଇଟ କରି କହିଛନ୍ତି, କି ସେ ଲାଲୁ ପାଠଶାଳା ଖୋଲିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ନିକଟରେ ନାଳନ୍ଦାର ସୋନୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ ଭଲ ଶିକ୍ଷା ଦେବାକୁ ଦାବି କରିଥିଲେ ।
ବୁଧବାର ତେଜ ପ୍ରତାପ ଟୁଇଟ କରି ଲେଖିଛନ୍ତି, ସୋନୁ ସମ୍ପୂର୍ଣ୍ଣ ବିହାରର ଭ୍ରଷ୍ଟ ଶିକ୍ଷା ବ୍ୟବସ୍ଥାର ପୋଲ ଖୋଲି ଦେଇଛନ୍ତି । ଏମିତି ଅନେକ ସୋନୁ ଶିକ୍ଷାରୁ ବଞ୍ଚିତ ଅଛନ୍ତି । ତେଣୁ ସେ ଲାଲୁ ପାଠଶାଳା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ ପୂର୍ବରୁ ପିତା ଲାଲୁ ପ୍ରସାଦ ଯାଦବ ଓ ମାଆ ରାବ୍ରି ଦେବୀଙ୍କ ନାଁରେ ଶସ୍ତା ଭୋଜନ ପାଇଁ ଲାଲୁ ରୋଷେଇ ଆରମ୍ଭ କରିଥିଲେ । ଏଲଆର ବ୍ରାଣ୍ଡର ଅଗରବତୀ ବ୍ୟବସାୟ ବି ରହିଛି । ଏହା ବ୍ୟତୀତ ଏଲଆର୍ ରାଇସ ବ୍ରାଣ୍ଡ ଆଣ୍ଡ ମଲ୍ଟି ଗ୍ରେନ ନାମରେ ଚାଉଳ ବ୍ୟବସାୟ ବି ରହିଛି ।

Share