Categories: ଜାତୀୟ

ପୁଣି ବଢିବ ଅଡୁଆ: ଲାଲୁଙ୍କ ବିରୋଧରେ ଦେଓଘର ଟ୍ରେଜେରୀ ମାମଲାରେ ସିବିଆଇର ନୂଆ ତଥ୍ୟ

ରାଞ୍ଚି,୨୮।୯: ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ଦେବଘର ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦଙ୍କ ଦଣ୍ଡ ବୃଦ୍ଧି ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ଚାଲିଛି।
ସିବିଆଇ ଦ୍ୱାରା ଦାଖଲ ଆବେଦନ ଉପରେ ବୁଧବାର କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷ ଶୁଣିଥିଲେ। ତେବେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ସ୍ଥିର କରାଯାଇଛି।

ଚାରା ଦୁର୍ନୀତି ମାମଲାରେ ଲାଲୁ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇଛନ୍ତି। କିନ୍ତୁ, ଏବେ ପୁଣି ଥରେ ଦେଓଘର ଟ୍ରେଜେରୀ ମାମଲା କାଦୁଅରେ ଲାଲୁ ଫସି ଚାଲିଛନ୍ତି। ଦେଓଘର ଟ୍ରେଜେରୀ ମାମଲାରେ ଲାଲୁଙ୍କ ଦଣ୍ଡ ବୃଦ୍ଧି ଦାବିରେ ସିବିଆଇ ପକ୍ଷରୁ ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସିବିଆଇ ପକ୍ଷରୁ ଏହି ଆବେଦନରେ କୁହାଯାଇଛି, ଏହି ମାମଲାରେ ଲାଲୁଙ୍କୁ ୩ବର୍ଷ ଦଣ୍ଡ ବିଧାନ ହୋଇଛି କିନ୍ତୁ ଏହି କ୍ଷେତ୍ରରେ ତାଙ୍କ ସମ୍ପୃକ୍ତିକୁ ବିଚାର କରି ୭ବର୍ଷ ଦଣ୍ଡ ଦେବା ଉଚିତ।

Share