Categories: ଜାତୀୟ

ଚିନ୍ତାରେ ଲାଲୁ, ବଢିଲା ସୁଗାର-ବିପି

ପାଟନା,୨୨ ।୨: ଗୋଖାଦ୍ୟ ଦୁର୍ନିତି ମାମଲରେ ସୋମବାର ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜରିମାନା କରାଯିବା ପରେ ଚିନ୍ତିତ ହୋଇ ପଡିଛନ୍ତି ଲାଲୁ । ଏବେ ସେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ହଠାତ୍ ତାଙ୍କର ସୁଗାର ଓ ବିପି ବଢିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ରିମ୍ସରେ ଲାଲୁଙ୍କ ଚିକିତ୍ସା କରୁଥିବା ଏକ ୭ ଜଣିଆ ଡାକ୍ତରୀ ଟିମ୍‌ର ମୁଖ୍ୟ ଡାକ୍ତର ବିଦ୍ୟାପତି କହିଛନ୍ତି ଚିନ୍ତାରେ ଲାଲୁ ଯାଦବଙ୍କ ସୁଗାର ଓ ବିପି ବଢୁଛି ଆଉ କମୁଛି । କୋର୍ଟଙ୍କ ରାୟ ଶୁଣିବା ପରେ ଏହା ପରିଲକ୍ଷିତ ହୋଇଛି । ହେଲେ ବେଶିକିଛି ଚିନ୍ତା ନ କରିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଡାକ୍ତମାନେ ତାଙ୍କୁ ସାନ୍ତ୍ୱନା ବି ଦେଉଛନ୍ତି ।
ୠାଲୁଙ୍କ କିଡ୍‌ନୀ କେବଳ ୨୦ ପ୍ରତିଶତ କ୍ଷମତାରେ ଚାଲୁଥବା ବେଳେ ସବୁବେଳେ ଶାନ୍ତ ରହିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନିତିର ପଞ୍ଚମ ମାମଲାରେ ଲାଲୁ ପ୍ରସାଦ ଯାବଦ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସୋମବାର ତାଙ୍କୁ ସଜା ଶୁଣାଯାଇଥିଲା । ଆଉ ଏହା ଜାଣିବା ପରେ ଲାଲୁଙ୍କ ଚିନ୍ତା ବଢିଯାଇଥିବା କୁହାଯାଉଛି ।

Share