Categories: ଜାତୀୟ

ଏମ୍ସରେ ଭର୍ତ୍ତି ହେବେ ଲାଲୁ: ଫୁସ୍‌ଫୁସ୍‌ରେ ଜମିଛି ପାଣି!

ରାଞ୍ଚି,୨୩ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଅବନତି ଦେଖାଯାଇଛି । ଏବେ ସେ ରାଞ୍ଚିରେ ଚିକିତ୍ସିତ ହେଉଛନ୍ତି । ହେଲେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉ୍‌ନ୍ନତି ଦେଖାଯାଉ ନ ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ) ସ୍ଥାନାନ୍ତର କରିବା କଥା ଚିନ୍ତା କରାଯାଉଛି । ଏହି ସମୟରେ ଲାଲୁ ପ୍ରସାଦଙ୍କ ସାନ ପୁଅ ତେଜସ୍ୱୀ ଯାଦବ କହିଛନ୍ତି, ତାଙ୍କ ପିତାଙ୍କ ଫୁସଫୁସରେ ପାଣି ଜମିଥିବା ଡାକ୍ତର କହୁଛନ୍ତି, ଫଳରେ ତାଙ୍କ ଶରୀର ଫୁଲି ଯାଇଥିବା ଦେଖାଯାଇଛି । ତେଣୁ ତାଙ୍କୁ ଦିଲ୍ଲୀ ନେବାକଥା ଆମେ ଚିନ୍ତା କରିଛୁ ।

Share