Categories: ଜାତୀୟ

ସୁଧୁରୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ପୂର୍ବ ଅପେକ୍ଷା ଏବେ ତାଙ୍କ ଦେହ ଭଲ ଅଛି। ଖାଇବାପିଇବା ସହ ଲୋକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଲାଲୁ ଯାଦବଙ୍କ ଶରୀରରୁ ଅକ୍ସିଜେନ ସପୋର୍ଟକୁ ହଟାଇ ଦିଆଯାଇଛି। ହେଲେ କେବଳ ଶୋଇବା ସମୟରେ ତାଙ୍କୁ ଅକ୍ସିଜେନ ଦିଆଯାଉଛି। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଖୁବ୍‌ ଶୀଘ୍ର ତାଙ୍କୁ ଆଇସିୟୁରୁ ନର୍ମାଲ ୱାର୍ଡକୁ ନିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ମିଳିଛି। ସେହିପରି ତାଙ୍କ ଉପରେ ନଜର ରଖିବାକୁ ଡାକ୍ତରୀ ଟିମ୍‌ ଗଠନ ହୋଇଛି। ଏଭଳି ସମୟରେ ସମସ୍ତେ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ତେଜସ୍ବୀ ଯାଦବ କହିଛନ୍ତି।

Share