Categories: ଫୁରସତ

ମାର୍କୁଣ୍ଡି ବେଶରେ ଲାମା

ନ୍ୟୁୟର୍କ: ଭାରତୀୟ ବିବାହରେ ବର ସହିତ ଜଣେ ମାର୍କୁଣ୍ଡି ଯିବାର ପରମ୍ପରା ରହିଛି। ଏବେ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳୁଛି। ହେଲେ ନିକଟରେ ଏକ ବିବାହ ଉତ୍ସବରେ ଏକ ପ୍ରାଣୀକୁ ମାର୍କୁଣ୍ଡି ଭାବେ ସାମିଲ କରାଯାଇଥିବା ନଜରକୁ ଆସିଛି। ଯାହାର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ମୁତାବକ, ନ୍ୟୁୟର୍କରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଆମେରିକାର ପ୍ରାଣୀ ଲାମା (ଯାହା ଓଟର ଏକ ପ୍ରଜାତି)କୁ ସେଥିରେ ସାମିଲ କରାଯାଇଛି। ବିବାହରେ ଲାମା ସହ ଅନେକ ଲୋକ ଫଟୋ ଉଠାଇଛନ୍ତି। ପ୍ରଥମ ନଜରରେ ଲୋକେ ତାକୁ ବରଘର ପକ୍ଷରୁ ଆସିଥିବା ମାର୍କୁଣ୍ଡିର ସାଙ୍ଗ କିମ୍ବା ସମ୍ପର୍କୀୟ ବୋଲି ଭାବୁଥିଲେ। ହେଲେ ଭଲରେ ଦେଖିବା ପରେ ସେମାନେ ତାକୁ ଲାମା ବୋଲି ଚିହ୍ନିଥିଲେ। ଜଣେ ବ୍ୟକ୍ତି କହିଛନ୍ତି, ସେ ଆଗରୁ ବିବାହରେ କୁକୁର କିମ୍ବା ବିଲେଇକୁ ଦେଖିଛନ୍ତି, କିନ୍ତୁ ପ୍ରଥମ ଥର ପାଇଁ ସେ ବିବାହରେ ଏକ ଲାମାକୁ ଦେଖିଲେ। ସୂଚନାଯୋଗ୍ୟ, ଲାମାକୁ ସେମାନେ ଲାମା ଆଡ୍‌ଭେନ୍ଚର ନାମକ ଏକ ୱେବ୍‌ସାଇଟ୍‌ରୁ ବୁକ୍‌ କରିଥିଲେ। ଏହି କମ୍ପାନୀ ଲାମାକୁ ବେଶ କରାଇ ବିବାହକୁ ପଠାଇଥାଏ। ତେବେ ବିବାହରେ ଲାମାର ୧ ଘଣ୍ଟାର ଉପସ୍ଥିତି ପାଇଁ କମ୍ପାନୀ ୧୨ ହଜାର ଟଙ୍କା ଚାର୍ଜ କରିଥିଲା।

Share