ଲାମ୍ବ୍‌ଡା ଭାରିଆଣ୍ଟ୍‌ ଡେଲ୍ଟାଠାରୁ ଅଧିକ ଭୟଙ୍କର, ଚେତାବନୀ ଦେଲା ମାଲେସିଆ …

କୁଆଲାଲ୍‌ମ୍ପୁର,୭।୭: ପେରୁରେ ଦେଖାଦେଇଥିବା ଲାମ୍ବ୍‌ଡା ଭାରିଆଣ୍ଟ୍‌ ଡେଲ୍ଟାଠାରୁ ଅଧିକ ଭୟଙ୍କର। ଏନେଇ ମାଲେସିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି। ଇତିମଧ୍ୟରେ ବ୍ରିଟେନରେ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲାମ୍ବ୍‌ଡା ଭାରିଆଣ୍ଟ୍‌ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଦେଶକୁ ବ୍ୟାପିଛି। ମେ-ଜୁନ୍‌ରେ ପେରୁରେ ୮୨ ପ୍ରତିଶତ ଆକ୍ରାନ୍ତଙ୍କଠାରେ ଲାମ୍ବ୍‌ଡା ଭାରିଆଣ୍ଟ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଦକ୍ଷିଣ ଆମେରିକା ଦେଶ ଚିଲିରେ ଲାମ୍ବ୍‌ଡା ଭାରିଆଣ୍ଟ୍‌ର ୩୨ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଲାମ୍ବ୍‌ଡା ଭାରିଆଣ୍ଟ୍‌କୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହା ଦ୍ୱାରା ବିପଦ ପୁଣି ଘନେଇବାରେ ଲାଗିଛି।

Share