ଲମ୍ବୁଛି କୈଫି ଖାନ ଠକେଇ କାରନାମା ଚେର: ୮୦ ଆକାଉଣ୍ଟ ଠାବ

କଟକ ଅଫିସ, ୫।୫: ତାନ୍ତ୍ରିକ କୈଫି ଖାନ ଠକେଇ କାରନାମା ଚେର ଯେତେ ଖୋଳାଯାଉଛି ସେତେ ଲମ୍ବୁଛି। ଶୁକ୍ରବାର କୈଫି ଖାନଙ୍କ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକର ବିଭିନ୍ନ ବ୍ୟାଙ୍କରେ କୈଫିଙ୍କ ଏସବୁ ଆକାଉଣ୍ଟ ରହିଛି। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନଙ୍କ ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିଛି। କଟକରେ ବିଭିନ୍ନ ସ୍ଥାନରେ ଥିବା ସାହାରା ଇଣ୍ଡିଆରେ ସେ ଏହି ଟଙ୍କାକୁ ଫିକ୍ସ ଡିପୋଜିଟ ଆକାରରେ ରଖିଛନ୍ତି। ସେ ସବୁ ଆକାଉଣ୍ଟକୁ ଫ୍ରିଜ କରାଯାଇଛି।

Share