କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…

ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଏହା ଏହି ସମୟ ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି, ଯାହା ସାରା ବିଶ୍ୱର ସଂକ୍ରମଣର ପ୍ରାୟ ଅଧା । ଇତି ମଧ୍ୟରେ, ଡାକ୍ତରଖାନାରେ ଭର୍ତ୍ତି ହାର ମଧ୍ୟ ଦ୍ୱିଗୁଣିତ ହୋଇଛି। ଯଦିଓ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ରେ କମ ଆକ୍ରନ୍ତଙ୍କୁ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଏକ ବିବୃତ୍ତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ ଡାକ୍ତର ହାନ୍ସ କ୍ଲୁଜ କରୋନାକୁ ଏକ ଭୟଙ୍କର ତଥା ସମ୍ଭାବ୍ୟ ସାଂଘାତିକ ସଂକ୍ରମଣ ବୋଲି କହିଛନ୍ତି। ଲୋକମାନେ ଏହାକୁ ହେୟ ଭାବିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଓମିକ୍ରନର ଅଧିକ ସଂକ୍ରାମଣ ଯୋଗୁ ସମଗ୍ର ୟୁରୋପରେ ନୂଆ ଲହର ସୃଷ୍ଟି କରିଛି। କ୍ଲୁଜ କହିଛନ୍ତି, ମାମଲା ବୃଦ୍ଧି ସହିତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ମଧ୍ୟ ବଢୁଛି।

ସଂକ୍ରମଣ ମାମଲାଗୁଡ଼ିକର ବୃଦ୍ଧି ସହିତ ନୂତନ ଆକଳନ ସ୍ବାସ୍ଥ୍ୟ କର୍ମୀଙ୍କ ଭାର ଏବଂ ଚାପକୁ ଆହୁରି ବଢ଼ାଇବାର ଆଶଙ୍କା ରହିଥିବା ସେ କହିଛନ୍ତି। ସର୍ବସାଧାରଣ ପରିବହନରେ ମାସ୍କ ପିନ୍ଧିବା ଏବଂ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରେ ବାୟୁ ପ୍ରବାହକୁ ବଜାୟ ରଖିବାକୁ କୁହାଯାଇଛି। କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ହଟାଇ ଦିଆଯାଇ ଦେଶର ଲୋକଙ୍କୁ ସତର୍କ ରହିବାକୁ କ୍ଲୁଜ ପରାମର୍ଶ ଦେଇଛନ୍ତି।

Share