ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…

କେପ୍‌ ଟାଉନ୍‌, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା  ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୱାଜୁଲୁ-ନାଟାଲ ପ୍ରଦେଶ ଏବଂ ଡର୍ବାନରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୪୩ କୁ ବୃଦ୍ଧି ପାଇଛି।

ପ୍ରାୟ ଚାରି ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଠାରେ ଥିବା ୫୮ ଡାକ୍ତରଖାନା ଭାଙ୍ଗିରୁଜି ଯାଇଛି। ୪୦ ହଜାରରୁ ଅଧିକ ଲୋକ ବେଘର ହୋଇଥିବାବେଳେ ୧୩,୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୪ ହଜାର ବାସଗୃହ ମାଟିରେ ମିଶି ଯାଇଛି। ଭ୍‌ଗାଘରେ ମୃତଦେହଗୁଡ଼ିକ ପଡ଼ି ରହିଛି।

ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷକରି ଗ୍ରାମାଞ୍ଚଳରୁ ଅଧିକ ମୃତଦେହ ମିଳୁଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରଦେଶର ବହୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତଥ୍ୟ ଅନୁଯାୟୀ, ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬୩ ଜଣ ନିଖୋଜ ଅଛନ୍ତି।

ବହୁ ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଡର୍ବାନରେ ବନ୍ୟା ଯୋଗୁ ରାସ୍ତାଘାଟ, ସ୍କୁଲ , କଲେଜ, ଡାକ୍ତରଖାନା ସବୁ ନଷ୍ଟ ହୋଇ ଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାରି ହଜାର ଲୋକ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Share