ଶ୍ରୀଲଙ୍କାରେ ହାହାକାର, ୬୦ ଲକ୍ଷରୁ ଅଧିକ ଲୋକ ଉପାସ …

କଲମ୍ବୋ, ୧୬।୭ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ପାଇଁ ଦୁଇବେଳା ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) କହିଛି ଯେ ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।

ଶ୍ରୀଲଙ୍କାରେ ବର୍ତ୍ତମାନ ବୈଦେଶିକ ମୁଦ୍ରା ସଙ୍କଟ ସୃଷ୍ଟି ହୋଇଛି। ସରକାର ଏବେ ଆମଦାନୀ ପାଇଁ ବିଲ ପୂରଣ କରିବାରେ ଅସମର୍ଥ। କେବଳ ଏତିକି ନୁହେଁ, ପେଟ୍ରୋଲର ଏଭଳି ହୋଇଛି ଯେ, କ୍ରିକେଟର ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ହାଇ ପ୍ରୋଫାଇଲ ଲୋକଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ବହୁ ଲୋକଙ୍କୁ ଉପାସରେ ରହିବାକୁ ପଡୁଛି। ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ପାଇଁ କରୋନା ମହାମାରୀ ଏକ ଲକ୍‌ ଡାଉନ୍‌ ଦାୟୀ ବୋଲି କୁହାଯାଉଛି। ଦେଶରେ ଖାଦ୍ୟ, ଇନ୍ଧନ, ଚିକିତ୍ସା ସାମଗ୍ରୀର ଘୋର ଅଭାବ ରହିଛି। ଦେଶର ଅର୍ଥନୀତିରପୁନଃଥଇଥାନ ପାଇଁ ଆଇଏମଏଫ ତରଫରୁ ଜରୁରୀକାଳୀନ ପ୍ୟାକେଜ ପାଇଁ ଆଲୋଚନା ଚାଲିଛି।

Share