ରାଇକିଆ,୧୭।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଭାରତୀୟ ଜନତା ପାର୍ଟି କନ୍ଧମାଳ ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯିବା ସହ ଏହି ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଏହା ଦ୍ୱାରା କିପରି ବିଭିନ୍ନ କାରିଗର ଉପକୃତ ହୋଇପାରିବେ ସେନେଇ ଭାଜପା କର୍ମକର୍ତ୍ତା ସୂଚନା ଦେଇଥିଲେ। ଜିଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ସମ୍ପାଦକ ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ରାଇକିଆଠାରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ କାରିଗର ବର୍ଗରୁ ଆସିଥିବା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଜିଲା ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମବିଶି ଦିଗାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ପ୍ରିୟଦର୍ଶନ ସାହୁ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ, ଝୁଲିମା ଦଳବେହେରା, ରାଇକିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର, ଟିକାବାଲି ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ଉଦୟଗିରି ମଣ୍ଡଳ ସଭାପତି ମୟାବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।