କରୋନା କବଳରେ ଦେଶର ୯୮ ପ୍ରତିଶତ ଅଞ୍ଚଳ: ରିପୋର୍ଟ

ଲଣ୍ଡନ/ଓ୍ବାଶିଂଟନ,୧୭।୭: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ସେହିପରି ଦେଶରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ମଧ୍ୟ ୨୫ ହଜାର ପାର କରି ସାରିଛି। ଆମେରିକା ପରେ ଭାରତର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ନିକଟରେ ଦ ଲ୍ୟାନସେଟ (Lancet Global Health) ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି କି ଭାରତର ୯୮ ପ୍ରତିଶତ ଅଞ୍ଚଳ କରୋନା କବଳରେ। ଏହି ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୬୪୦ ଜିଲାରୁ ୬୨୭ ଜିଲା କରୋନା ମହାମାରୀ ସହ ଲଢେଇ କରୁଛନ୍ତି। ରିପୋର୍ଟ କହୁଛି ଭାରତରେ କରୋନା ଭାଇରସର ସ୍ଥିତିକୁ ଦେଖିଲେ ଏହାକୁ କାବୁ କରିବାକୁ ଜିଲା ସ୍ତରରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହାସହ ଯେଉଁ ଅଞ୍ଚଳ ଅଧିକ ପ୍ରଭାବିତ ସେଠାରେ ସ୍ବତନ୍ତ୍ର ଯୋଜନା ଲାଗୁ କରିବା କଥା। ସୂଚନାଯୋଗ୍ୟ, ଦେଶରେ ପାଖାପାଖି ୯ଟି ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏଥିରେ ରହିଛି ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ବିହାର, ତେଲେଙ୍ଗାନା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା ଓ ଗୁଜରାଟ। ତେବେ ଭାରତର ଉତ୍ତରପୂର୍ବ ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ କମ୍‌ ରହିଛି।

Share