ଯାଜପୁରରେ ଖୋଲିବ ଭୂବନ୍ଦୋବସ୍ତ କମିଶନ ଅଫିସ୍‌

ଯାଜପୁର ଟାଉନ,୧୪ା୧୦ (ଡି.ଏନ.ଏ.): ବହୁ ପ୍ରତୀକ୍ଷାର ଅନ୍ତେପରେ ଭୂ-ବନ୍ଦୋବସ୍ତ କମିଶନ୍‌ ଅଫିସ୍‌ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଖୋଲିବ। ଏହି ଅଫିସ୍‌ ୪/୫ ବର୍ଷ ପୂର୍ବରୁ ଯାଜପୁରରେ ଖୋଲିବା ପାଇଁ ସରକାରଙ୍କ ତରଫରୁ ନୋଟିଫିକେସନ୍‌ ହୋଇଥିଲା। ତେବେ ବହୁ ବିଳମ୍ବରେ ସରକାର ନିଷ୍ପତ୍ତି ଗ୍ରହଣ କରି ଏହି ଅଫିସ୍‌ ଖୋଲିବାକୁ ସ୍ଥିର କରିବା ସହ ଅତିରିକ୍ତ କମିଶନର ଭାବେ ନିହାର ରଞ୍ଜନ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି। ଦାସ ପୂର୍ବରୁ ଯାଜପୁର କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଏହି ଅଫିସ୍‌ ଖୋଲିବା ପରେ ଯାଜପୁର ଜିଲା ଜନସାଧାରଣଙ୍କୁ ଆଉ କଟକ ଯିବାକୁ ପଡ଼ିବନି। ସେମାନେ ଯାଜପୁରରେ ସେମାନଙ୍କ ଜମିବାଡି ସଂକ୍ରାନ୍ତୀୟ କାର୍ଯ୍ୟ କରିପାରିବେ। ରଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଯାଜପୁର ଜିଲା ଉପଭୋକ୍ତା ସମିତି ସଭାପତି ଦିଗାମ୍ବର କର ଓ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ସ୍ବାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share