ମୁଖ୍ୟମନ୍ତ୍ରୀଙ୍କ ନାମରେ ଜମି ଦୁର୍ନୀତି ମାମଲା

କଟକ ଅଫିସ,୧୫ା୧୧:ଭୁବନେଶ୍ୱର ଭୀମପୁର ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨ ଏକର ୧୩୩ ଡେସିମିଲ ଜମିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନାମରେ ବେଆଇନ ଭାବେ ପଟ୍ଟାଭୁକ୍ତ କରାଯାଇଛି। ଏହି ଜମି ଦୁର୍ନୀତି ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ପରିଷଦ ଏନେଇ ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୋଲିସକୁ ମାମଲା ରୁଜୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନରେ ଅନୁରୋଧ କରାଯାଇଥିବା ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ମାମଲାରେ ପ୍ରମୁଖ ଶାସନ ସଚିବ, ଗୃହ ବିଭାଗ, ଭୁବନେଶ୍ୱର ଡିସିପି ଏବଂ ଏୟାରପୋର୍ଟ ଥାନାର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

Share