ଭାଇଙ୍କୁ ହାଣିଲେ ଭାଇ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ବାଲିପାଟଣା ଥାନା ସରାଟ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇଙ୍କୁ ହାଣିଛନ୍ତି ଆଉ ଜଣେ ଭାଇ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ତଥା ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମା’ଙ୍କୁ ବାଲିପାଟଣା ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ସରାଟ ଗ୍ରାମର ସଞ୍ଜୟ ବେହେରା ଗୁରୁବାର ସକାଳୁ ଖାଇବା ପରେ ହାତ ଧୋଉଥିଲେ। ଏହି ସମୟରେ ସଞ୍ଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ ଏକ କଟୁରିରେ ହାଣିଥିଲେ। ଆକ୍ରମଣରେ ସଞ୍ଜୟ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Share