Categories: ଜାତୀୟ

ଜମି ବଦଳରେ ଚାକିରି ଦେବା ମାମଲା: ତେଜସ୍ବୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଚଢ଼ାଉ କରିଛି। ରାଜଧାନୀର ନ୍ୟୁ ଫ୍ରେଣ୍ଡସ୍‌ କଲୋନୀରେ ଥିବା ଆରଜେଡି ନେତାଙ୍କ ବାସଭବନରେ ଇଡି ଅଧିକାରୀମାନେ ସକାଳ ୮ଟା ୩୦ରେ ଏହି ଚଢ଼ାଉ ଆରମ୍ଭ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ବିହାରର ଅନେକ ସହରରେ ମଧ୍ୟ ଏଜେନ୍ସି ପକ୍ଷରୁ ଚଢ଼ାଉ କରାଯାଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ୩ ଝିଅ ଏବଂ ରାଷ୍ଟ୍ରୀୟ ଜନତା ଦଳର ନେତାଙ୍କ ପରିସରରେ ମଧ୍ୟ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ସେହପିରି ଉତ୍ତରପ୍ରଦେଶର ଗାଜିଆବାଦରେ ସମାଜବାଦୀ ପାର୍ଟି ନେତା ଜିତେନ୍ଦ୍ର ଯାଦବଙ୍କ ବାସଭବନରେ ମଧ୍ୟ ଇଡି ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଜିତେନ୍ଦ୍ର ଯାଦବ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରାଗିନୀଙ୍କ ସ୍ବାମୀ।

Share