କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ଲକ୍ଷ୍ମୀପଶି ମୌଜାରେ ଠାକୁରଙ୍କ ଜମିକୁ କିସମ ପରିବର୍ତ୍ତନ କରି ବିକ୍ରି କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ କୈଳାସ ଚନ୍ଦ୍ର ପରିଡା ନାମକ ଜଣେ ଜମି ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି।
ବେଆଇନ ଭାବେ କିସମ ପରିବର୍ତ୍ତନ କରି ଜମି ବିକ୍ରି କରାଯାଇଥିବା ଜାଣିବା ପରେ କ୍ରେତା ଉମେଶ ଚନ୍ଦ୍ର ଜେନା ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ. ୨୭୩/୧୮) ରୁଜୁ କରିଥିଲା।