ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଲ୍ୟାଣ୍ଡ ସବ କମିଟି ବୈଠକ: ୧୫୦ କକ୍ଷ ବିଶିଷ୍ଟ ଅତିରିକ୍ତ ନିବାସ ନିର୍ମାଣ ନେଇ ଆଲୋଚନା

ପୁରୀ,୨୬।୯ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ ହୋଇଛି। କଟକ, ଖୋର୍ଦ୍ଧା, ନୟାଗଡ଼ରୁ ଜଲାସ୍ତରୀୟ ଲ୍ୟାଣ୍ଡ କମିଟିରେ ମଞ୍ଜୁର ହୋଇ ଆସିଥିବା ବିଭିନ୍ନ ଆବେଦନର ଶୁଣାଣି ହୋଇଛି । କଟକରେ ଦୁଇଟି ଅଞ୍ଚଳର ଜମି ଫୈସଲା ପାଇଁ ଲ୍ୟାଣ୍ଡ ସବ କମିଟିରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଜଟଣୀର ଦୁଇଟି ସ୍ଥାନରେ ବୃକ୍ଷରୋପଣ ଓ କାଜୁ ଗଛ ଲଗାଯିବ।
ଏହାସହିତ ନୀଳାଦ୍ରି ଭକ୍ତ ନିବାସ ପଛ ପାର୍ଶରେ ପ୍ରବଚନ, ୧୫୦ କକ୍ଷ ବିଶିଷ୍ଟ ଅତିରିକ୍ତ ନିବାସ ନିର୍ମାଣ ନେଇ ବୈଠକରେ ହୋଇଛି ଆଲୋଚନା ହୋଇଛି।