ବ୍ରହ୍ମପୁର ଅଫିସ,୨୬ା୧: ବ୍ରହ୍ମପୁର ସହରବାସୀଙ୍କୁ ଚାହିଦା ମୁତାବକ ଡୁପ୍ଲେକ୍ସ ଯୋଗାଇବା ଲକ୍ଷ୍ୟରେ ସୁବାସ ଭାଟିକା ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ବୁଧବାର ହରିଡାଖଣ୍ଡିଠାରେ କମ୍ପାନୀର ନୂତନ ପ୍ରକଳ୍ପର ଭୂମି ପୂଜନ ହୋଇଯାଇଛି। ଏଥିରେ ସୁବାସ ଭାଟିକାର ମାଲିକ ପୂର୍ଣ୍ଣିମା ସାହୁଙ୍କ ମା’ ଅନ୍ନପୂର୍ଣ୍ଣା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନ୍ନପୂର୍ଣ୍ଣା ଡୁପ୍ଲେକ୍ସ ନିର୍ମାଣର ଭୂମି ପୂଜନର ଶୁଭାରମ୍ଭ କରିଥିଲେ।
ଏପରିକି ଭୁବନେଶ୍ୱରଠାରେ ସୁବାସ ଭାଟିକାର ଡୁପ୍ଲେକ୍ସ ରହିଥିବା ବେଳେ ବ୍ରହ୍ମପୁରରେ ଏହା ଦ୍ୱିତୀୟ ଡୁପ୍ଲେକ୍ସ ବୋଲି କମ୍ପାନୀର ମୁଖ୍ୟ ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି। ଏଠାରେ ଏକ ଖୋଲା ବଗିଚା ରହିବ, ଯେଉଁଠାରେ ଛୋଟ ଶିଶୁ ଖେଳିବା ସୁବିଧା ସହ ବରିଷ୍ଠ ନାଗରିକ ମଧ୍ୟ ଆମୋଦ ପ୍ରମୋଦର ମଜା ଉଠାଇପାରିବେ। ଆଗାମୀ ଦିନରେ ଆପାର୍ଟମେଣ୍ଟ ନିର୍ମାଣ ନେଇ ଲକ୍ଷ୍ୟ ରଖାଯାଇଥିବା ଅନ୍ନପୂର୍ଣ୍ଣା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣାଙ୍କ ପୁଅ, ଝିଅ ଓ ଜ୍ୱାଇଁଙ୍କ ସମେତ ପରିବାର ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।